Prime Minister's Office18-June, 2017 20:12 IST
ସ୍ଵାମୀ ଆତ୍ମସ୍ଥାନନ୍ଦଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

“ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ବିୟୋଗ ମୋ ପାଇଁ ବ୍ୟକ୍ତିଗତ କ୍ଷତି । ମୁଁ ତାଙ୍କ ସହିତ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରିଛି ।

ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ଗଭୀର ଜ୍ଞାନ ଏବଂ ବୌଦ୍ଧିକତାର ଅଧିକାରୀ ଥିଲେ । ତାଙ୍କର ଅନୁକରଣୀୟ ବ୍ୟକ୍ତିତ୍ୱକୁ ପରବର୍ତ୍ତୀ ପିଢ଼ି ମଧ୍ୟ ମନେ ରଖିବେ ।

ମୁଁ ଯେତେବେଳେ ବି କୋଲକାତା ଯାଇଛି ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ଆଶୀର୍ବାଦ ଲାଭ କରିବାର ସୁଯୋଗ ପାଇଛି ।

ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ରାମକୃଷ୍ଣ ମିଶନର ସଭାପତି ଭାବେ ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ଅବିରତ ଭାବେ କାର୍ଯ୍ୟ କରି ଏହାର ବାର୍ତ୍ତାକୁ ବିଶ୍ୱ ଦରବାରରେ ପହଂଚାଇଥିଲେ” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।

*****

(Release ID :165737)

home  Printer friendly Page