Ministry of Home Affairs07-December, 2017 15:04 IST
ଡିସେମ୍ବର 10ରେ ଏନଏଚଆରସି ପାଳିବ ମାନବାଧିକାର ଦିବସ

2017 ଡିସେମ୍ବର 10 ତାରିଖରେ ମାନବାଧିକାର ଦିବସ ଉପଲକ୍ଷେ ଜାତୀୟ ମାନବାଧିକାର କମିସନ (NHRC) ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡ଼ୁ ଯୋଗ ଦେବେ । ଏନଏଚ୍ଆରସି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏଚ ଏଲ୍ ଦତ୍ତୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ମାନବାଧିକାରର ସୁରକ୍ଷା ପାଇଁ 1948 ମସିହାରେ ଜାତିସଂଘ ସାଧାରଣ ପରିଷଦର ପ୍ରସ୍ତାବ ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର 10 ତାରିଖରେ ବିଶ୍ୱବ୍ୟାପୀ ମାନବାଧିକାର ଦିବସ ପାଳିତ ହୋଇ ଆସୁଛି ।

ଡିସେମ୍ବର 10 ତାରିଖରେ ଏନଏଚ୍ଆରସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନବାଧିକାର ଉପରେ ଆଧାରିତ ଲଘୁ ଚଳଚ୍ଚିତ୍ର ପ୍ରତିଯୋଗିତା ଗଣଦୌଡ଼ ଇତ୍ୟାଦି ଅନୁଷ୍ଠିତ ହେବ । ପ୍ରଥମ ତିନୋଟି ସ୍ଥାନ ପାଇଥିବା ଚଳଚ୍ଚିତ୍ରଗୁଡ଼ିକୁ ଯଥାକ୍ରମେ 1 ଲକ୍ଷ, 75 ହଜାର ଏବଂ 50 ହଜାର ଟଙ୍କା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ଏନଏଚଆରସି ପକ୍ଷରୁ ବିଭିନ୍ନ ପ୍ରକାଶନ ମଧ୍ୟ ଉନ୍ମୋଚନ ହେବ । ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୁରସ୍କାର ପ୍ରାପ୍ତ ଚିତ୍ରଗୁଡ଼ିକ ଏକ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏଥିରେ ମାନବାଧିକାର ସୁରକ୍ଷାର ବିଭିନ୍ନ ପର୍ଯ୍ୟାୟ ପ୍ରଦର୍ଶିତ ହେବ ।

1993 ଅକ୍ଟୋବର 12 ତାରିଖରେ ଗଠିତ ହେବା ପରଠାରୁ ଏନଏଚ୍ଆରସି ଦେଶବ୍ୟାପୀ ମାନବାଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଛି । ଲୋକଙ୍କ ମଧ୍ୟରେ ମାନବାଧିକାର ନେଇ ସଚେତନତା ସୃଷ୍ଟି ନିମନ୍ତେ କମିସନ ହିନ୍ଦୀ ଓ ଇଂରାଜୀରେ ମାସିକ ନ୍ୟୁଜ ଲେଟର ସହ 80 ରୁ ଅଧିକ ପୁସ୍ତକ ଓ ଜର୍ଣ୍ଣାଲ ମଧ୍ୟ ପ୍ରକାଶ କରିଛି । 

 

************

(Release ID :174165)

home  Printer friendly Page